Hajare kabita | New Odia Romantic Song | Romantic Odia Song|Evergreen Odia Romantic| Old Odia Song

Sdílet
Vložit
  • čas přidán 31. 01. 2024
  • Hajare kabita | New Odia Romantic Song | Romantic Odia Song|Evergreen Odia Romantic| Old Odia Song
    SONG CREDITS
    Lyrics: Gyana Ranjan
    Singer: Swapna
    Composition: Pradipta Sundar
    Mood and Tune : Madhu Mita
    Music Arrangement : Binay PK
    VIDEO CREDITS
    Camera: Jivan
    Editing: Sri Saptak Animation, Bhubaneswar
    RECORDED AND MASTERED AT:
    Real Voice Studio, Bhubaneswar
    ଗୀତ : ହଜାରେ କବିତା
    କବି : ଜ୍ଞାନ ରଞ୍ଜନ କର
    ସ୍ବର : ପ୍ରଦୀପ୍ତି ସୁନ୍ଦର, ବିନୟ
    ସେ...ଯେ.... ହଜାରେ କବିତା....
    ଓ....ହଜାରେ କବିତା,ହଜାରେ କବିତା,
    ହଜାରେ କବିତା,ହଜାରେ କବିତା,
    ତା ହୃଦୟ ପାରାବାରେ ହଜାରେ କବିତା ।
    ସେ ଯେ ଧାରା ଶ୍ରାବଣରେ ପାଣି ଟୁପୁ ଟୁପୁ ଦୁଇ ଫୋଟକା,
    ତାର ଜୀବନଟା ଖାଲି ଫମ୍ପା ପବନ ଆଉ ଝରକା।
    ସେ ଯେ ଝରକା ସେପାରେ ମୋତି ଲୁଚା ଲୁଚା ଦୁଇ ଶାମୁକା,
    ତାର ଆଖ୍ ନାଲି ନାଲି ନିଦ ଜୁଡୁବୁଡୁ କାହା ପ୍ରେମିକା। ।୧।
    ଆଖୂ ତା କଜଳ ମଖା,
    ଓଠରେ ଗୋଲାପୀ ଛିଟା
    ଆଖୂ ତା କଜଳ ମଖା,
    ଓଠରେ ଗୋଲାପୀ ଛିଟା
    ତା ହୃଦୟ ପାରାବାରେ ହଜାରେ କବିତା।
    ହଜାରେ କବିତା,ହଜାରେ କବିତା,
    ହଜାରେ କବିତା,ହଜାରେ କବିତା...
    ସେ ଯେ ଗୋଲାପ ଛାତିରେ ମେଘ ଅନ୍ଧାର ରାତିର ଗୋଟେ ଛନକା,
    କେହି ତୋଳିନେବ କାଳେ କାଲି ସାଜିବ ସେ କାହା ପ୍ରୀତି ନାୟିକା
    ସେ ଯେ ଓଠର ଉହାଡ଼େ ଭିଜା ସ୍ମୃତିର କୋହକୁ ହସ ବଟିକା,
    ତାର ଉଦାସୀ ଜୀବନେ କୋହ ଆଖୁ ଲୁହ ଲୁହ ସାଜେ ନଉକା। ।୨।
    ଦେହ ତା କୁହୁଡି ଝରା,
    ମନ ତା ପଣତ ଭରା,
    ଦେହ ତା କୁହୁଡି ଝରା,
    ମନ ତା ପଣତ ଭରା,
    ତା ସପନ ଦୁନିଆରେ ଚିଠିଏ ଅଳତା।
    ଚିଠିଏ ଅଳତା,ଚିଠିଏ ଅଳତା,
    ହଜାରେ କବିତା, ହଜାରେ କବିତା....
    ଆ..ଆ..(ଆଳାପ)
    ସେ ଯେ ଅଲଣା ପାଣିରେ ଲୁଣିଆ ଲୁଣିଆ ମିଠା ଚିଲ୍ଲିକା,
    ତାର ଛାତି ନୀଳ ନୀଳ ଢେଉ ମାଳ-ମାଳ କାନ ଝୁମୁକା ।
    ସେ ଯେ ଅଭୁଲା ସ୍ମୃତିରେ ଲୁହ ଛଳ ଛଳ ଆଖ୍ ମିଟିକା
    ତାର କୁଆଁରୀ ଜୀବନ ସ୍ୟାହି ଛିଟା ଛିଟା ପ୍ରେମ ମଲ୍ଲିକା। |୩|
    ଆଖ୍ ତା କଜଳ ମଖା,
    ଓଠରେ ଗୋଲାପୀ ଛିଟା
    ଆଖ୍ ତା କଜଳ ମଖା,
    ଓଠରେ ଗୋଲାପୀ ଛିଟା
    ତା ହୃଦୟ ପାରାବାରେ ହଜାରେ କବିତା।
    ହଜାରେ କବିତା,ହଜାରେ କବିତା,
    ଚିଠିଏ ଅଳତା,ଚିଠିଏ ଅଳତା,
    ହଜାରେ କବିତା,ଚିଠିଏ ଅଳତା,
    ଚିଠିଏ ଅଳତା, ହଜାରେ କବିତା....
    #odia #odiasong #romanticsong #romanticodiasong
  • Hudba

Komentáře • 1